East Idaho News
ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତ ସପ୍ତାହ ଠାରୁ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୁର୍ଲା ଅଞ୍ଚଳର ଦୀପକ ଅଗ୍ରଓ୍ଵାଲ (୪୦) । ଗୁରୁବାର ରାତି ୧୧ଟାରେ ତାଙ୍କର ସ୍ତ୍ରୀ ନର୍ସିଂହୋମରୁ ଘରକୁ ଫେରୁଥିଲେ। କିନ୍ତୁ ଉକ୍ତ ସ୍ଥାନରେ ଦୀପକଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ରାତି ୩ଟାରେ ଦୀପକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଉକ୍ତ କ୍ୟାବିନରେ ଥିବା ଏସିରୁ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ହୋଇଥିଲା, ଯେଉଁଥିରେ ଦୀପକଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିଲା।
ଶୁକ୍ରବାର ସକାଳୁ ଦୀପକଙ୍କ ଶାଳକ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳର ସଂଜୟ ଅଗ୍ରଓ୍ଵାଲ ସେଠାରେ ପହଞ୍ଚିବା ପରେ ତାଙ୍କର ଭିଣୋଇଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଭିଣୋଇଙ୍କ ପରିବାର ଲୋକ ତାଙ୍କୁ ଶବ ଦେଖିବାକୁ ଛାଡି ନଥିଲେ। ଏନେଇ ସଂଜୟ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ଭିଣୋଇଙ୍କ ପରିବାର ଲୋକେ ହିଁ ଦୀପକଙ୍କୁ ହତ୍ୟା କରି କ୍ୟାବିନ୍ ଭିତରେ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି।
/sambad/media/post_attachments/wp-content/uploads/2020/03/SBP-2-1024x492.jpg)
ସେପଟେ ବୁର୍ଲା ପୁଲିସର ସୂଚନା ଅନୁସାରେ ରାତି ଦେଢ଼ଟାରେ ଦୀପକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ପରିବାର ଲୋକେ ସକାଳୁ ଶବ ନେବେ ବୋଲି ଅନୁରୋଧ କରିଥିଲେ। ଏହି ସମୟ ମଧ୍ୟରେ ରାତି ୩ଟାରେ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିବା ପରେ ଦୀପକଙ୍କ ମରଶରୀରର କିଛି ଅଂଶ ପୋଡ଼ି ଯାଇଥିଲା। ଏହି ଆଧାରରେ ବୁର୍ଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
Follow Us