ଜାନିବିଲି ପ୍ରକଳ୍ପ ଗାତରେ ପଶିଲା ବାଇକ୍, ଯୁବକ ମୃତ

Advertisment

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ନିକଟ ଭଣ୍ଡାରୀବସା ଠାରେ ରାସ୍ତାକଡ଼ରେ ଥିବା ଜାନିବିଲି-ବ୍ରହ୍ମପୁର ପାନୀୟଜଳ ପ୍ରକଳ୍ପ ଗାତରେ ପଶି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ, ସୋରଡ଼ା ସୂର୍ଯ୍ୟକାନ୍ତ ସାହିର ଦେବାଶିଷ ପାତ୍ର(୨୦)। ଏଥିରେ ବାଇକ୍ ଚାଳକ ନୀଳାଞ୍ଚଳ ସାହୁ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବତି ରାତିରେ ଉଭୟ ଟିଭିଏସ୍ ବାଇକ୍ ଯୋଗେ ପାଟପୁରରୁ ସୋରଡ଼ା ଫେରୁଥିଲେ। ଏହି ସମ‌ୟରେ ଭଣ୍ଡାରୀବସା ନିକଟରେ ବାଇକଟି ଭାରସାମ୍ୟ ହରାଇ ଗାତ ଭିତରେ ପଶିଯାଇଥିଲା। ଫଳରେ ବାଇକ୍ ପଛରେ ବସିଥିବା ଦେବାଶିଷ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଧରାକୋଟ ଥାନା ଏସଆଇ ବିନୟ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe