ଟ୍ରେଲର ଧକ୍କାରେ ଯୁବକ ମୃତ, ବାଘୁଆଛକରେ ରାସ୍ତାରୋକ

ସଡ଼କ ସୁରକ୍ଷା ପାଇଁ ୭,୨୭୦ କୋଟିର ସ୍କିମ୍: ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଲାଗୁ ହେବ

କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବାଘୁଆଛକ ନିକଟରେ ଆଜି ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକିନ୍ଦା ଥାନା କରଡ଼ାପାଳ ଗ୍ରାମର ରାମଚନ୍ଦ୍ର ଓଝାଙ୍କ ପୁଅ ଅମୂଲ୍ୟ ଓଝା (୩୩)। ଦୁର୍ଘଟଣାପରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଖବରପାଇ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ସଦଳବଳେ ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଆଜି ଅପରାହ୍‌ଣ ୪ଟାବେଳେ ଡୁବୁରି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗୋଲି ବୋଝେଇ ଟ୍ରେଲର (ଓଡି୧୬ଡି ୧୦୨୩) ବାଘୁଆଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ ଆରୋହୀ ଅମୂଲ୍ୟ ଓଝାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଜେନାପୁର ପୁଲିସ ପହଞ୍ଚି ରାସ୍ତାରୋକ ହଟାଇବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରେଲର ଜବତ କରି ପୁଲିସ ଅଧିକ ତଦନ୍ତ ଚଳାଇଛି। ସଂପୃକ୍ତ ଟ୍ରେଲର ଚାଳକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe