ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ମୃତ

Advertisment
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ମୃତ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମ ନିକଟସ୍ଥ ପଥୁରିଆନାଳଠାରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଗୌଡ଼ସୁଗୁଡ଼ା ଗ୍ରାମର ସୁରେନ ନାୟକ (୩୦) ବାଇକ ଯୋଗେ ନିଜ ଗ୍ରାମରୁ ବଳମ ଅଭିମୁଖେ ଆସୁଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ପଥୁରିଆ ନାଳ କଲଭର୍ଟରେ ପିଟି ହୋଇ ନାଳରେ ଖସି ଯାଇଥିଲେ। ଫଳରେ ପଥର ଦେହରେ ମାଡ଼ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe