Shutterstock
ଚଣ୍ଡିଖୋଲ: ଅଜଣା ଗାଡ଼ି ଧକ୍କାରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ସୁଙ୍ଗୁଡା ଗ୍ରାମର ଡମ୍ବରୁଧର ସେଠୀଙ୍କ ବଡ଼ ପୁଅ କଳ୍ପତରୁ ସେଠୀ (୨୨)ଙ୍କ ମୃତ୍ୟୁ ହୋଇଛି। ସେ ମଙ୍ଗଳବାର ରାତି ୧୧ ଟାରେ ନିଜ ବାଇକ ଯୋଗେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ। କଡ଼େଇ ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ରାସ୍ତାକଡ଼କୁ ଛିଟିକି ପଡ଼ି ସେ ଗୁରୁତର ହୋଇଥିଲେ। ବଡ଼ଚଣା ଥାନା ପୁଲିସ ପହଞ୍ଚି ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Follow Us