ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ଯୁବକ ମୃତ

Advertisment
ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ଯୁବକ ମୃତ

ଓଡାପଡା: ଢେଙ୍କାନାଲ ଜିଲ୍ଲା ଓଡାପଡ଼ା ବ୍ଲକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବିଆରଜି ଛକ ଠାରେ ବୁଧବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ନୀରଜ ବେହେରା (୪୦)। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଓଡାପଡ଼ା ଗାଁରେ।

ପ୍ରାପ୍ତ ସୂଚନା ଅନୁଯାୟୀ ୫୫ ନମ୍ବର ଜାତୀୟ ରାଜପଥ ବିଆରଜି ଛକ ଠାରେ ଆଜି ଅପରାହ୍ନ ସାଢ଼େ ୩ଟା ବେଳକୁ ଢେଙ୍କାନାଳରୁ ଏକ ଟ୍ରକ୍‌ ଅନୁଗୁଳ  ଅଭିମୁଖେ ଯାଉଥିଲା। ବିଆରଜି ଛକ ନିକଟରେ ବିପରୀତ ଦିଗରୁ ଓଡ଼ାପଡ଼ା ଗାଁର ନୀରଜ ବେହେରା ଘରକୁ ଫେରୁଥିଲେ। ତେବେ ଦ୍ରୁତଗାମୀ ଟ୍ରକ୍ ନୀରଜଙ୍କୁ ଧକ୍କା ଦେଇଥିଲା। ନୀରଜ ସ୍କୁଟି ସହ ଟ୍ରକ ଚକା ତଳେ ପଶିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଏକ ଘରୋଇ ଚିକିତ୍ସାଳୟକୁ ନେଉଥିଲେ। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଳ୍ପ ସମୟ ପରେ ଦୁର୍ଘଟଣାସ୍ଥଳରେ ଆଉ ଏକ ଅଘଟଣ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ପଛରୁ ଅନ୍ୟ ୨ଟି ଭାରୀଯାନ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe