Shutterstock
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଡ୍ରି ଗ୍ରାମ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଇକ ଧକ୍କା ହେବା ଯୋଗୁଁ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ଝରିଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଖୁଟୁବାଇ ଗ୍ରାମର ଗଣପତି ଭତ୍ରାଙ୍କ ପୁଅ ଲବ ଭତ୍ରା (୩୨) କୌଣସି ଏକ କାମରେ ନିଜ ବାଇକ (ଓଡି ୨୪ ଯେ ୨୨୮୭)ରେ ଧୋଡ୍ରା ଗ୍ରାମକୁ ଯାଇଥିଲେ।ଧୋଡ୍ରା ଗ୍ରାମରେ ନିଜ କାମ ସାରି ସନ୍ଧ୍ୟା ସାତ ଘଣ୍ଟା ସମୟରେ ନିଜ ଘରକୁ ଫେରିବା ବେଳେ ବିଡ୍ରି ଗ୍ରାମ ନିକଟରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ଟ୍ରକର ପଛପଟ ସହ ଧକ୍କା ହୋଇଥିଲା।ଫଳରେ ଲବର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Follow Us