ବାଇକ୍ ଦୁର୍ଘଟଣାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ ଦୁର୍ଘଟଣାରେ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସୁବର୍ଣ୍ଣ କହଁର (୪୦)।
ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗା ଗ୍ରାମର ସୁବର୍ଣ୍ଣ କହଁର ଏକ ବାଇକ୍‌ (ଓଡି ୧୨ସି ୦୩୭୩) ଯୋଗେ ନିଜ ଗାଁରୁ ଫିରିଙ୍ଗିଆ ଆସୁଥିବା ବେଳେ ଯାଜେସପଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସ ଆଇ ଶ୍ରୀକାନ୍ତ ପାତ୍ର ଓ ଆଇଆରବି ଯବାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ସହାୟତାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।
ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୫୫/୨୪ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe