ଧାନ କାଟିବା ପାଇଁ ଖେତକୁ ଯାଇଥିଲେ ଯୁବକ, ମେସିନ ତଳେ ଚାପି ହୋଇ ମୃତ୍ୟୁ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତସ୍ଥିତ ଅଚଳକୋଟ ଗ୍ରାମରେ ଆଜି ଅପରାହ୍ନରେ ଜଣେ ଯୁବକ ଧାନକଟା ମେସିନ ତଳେ ଚାପି ହୋଇଯାଇଛନ୍ତି। ଘଟଣାସ୍ଥଳରେ ହିଁ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିକାଶ ବେହେରା (୧୯)।

ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ଅଚଳକୋଟ ଗ୍ରାମର ବୈରାଗୀ ବେହେରାଙ୍କ ପୁତ୍ର ବିକାଶ ବେହେରା ଧାନ କାଟିବା ପାଇଁ ଖେତକୁ ମେସିନ ନେଇ ଯାଇଥିଲେ। ଖେତରେ ଉଚ୍ଚ ହୁଡା ଉଠୁଥିବା ବେଳେ ବିକାଶ ଧାନକଟା ମେସିନ ଗାଡି ତଳେ ପଡିଯାଇଥିଲେ। ଉକ୍ତ ଧାନ ମେସିନ ତଳେ ଚାପି ହୋଇଯିବାରୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe