The Hans India
ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଡଗଡ଼ବାହାଲ ପଞ୍ଚାୟତ କନ୍ଦାଖାଲ ଗ୍ରାମର ଶିଶିର ନାଏକଙ୍କ ପୁଅ ରଙ୍ଗାଧର ନାଏକ (୨୬)ଙ୍କ ମଙ୍ଗଳବାର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ରଙ୍ଗାଧରଙ୍କ ସ୍ତ୍ରୀ ସସ୍ମିତା ଚିନାଗୁନ ମୁରିବାହାଲ ଥାନାରେ ଦେଇଥିବା ଏତଲା ଅନୁସାରେ, ଘର ତିଆରି ପାଇଁ ସେ ପାଣିପମ୍ପ ଚଳାଇଥିଲେ। କୌଣସି କାରଣୁ ତାଙ୍କୁ କରେଣ୍ଟ ଲାଗିଥିଲା। ତାଙ୍କୁ ତୁରନ୍ତ ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡା. ଦେବବ୍ରତ ସାହୁ ତାଙ୍କ ମୃତ ଘୋଷଣା କରିଥିଲେ। ରଙ୍ଗାଧରଙ୍କ ସ୍ତ୍ରୀ ଓ ଏକ ବର୍ଷର ପୁଅ ଏବେ ଅସହାୟ ହୋଇପଡ଼ିଛନ୍ତି। ମୁରିବାହାଲ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏସ୍ଆଇ ଅଭୟ ପ୍ରଧାନ କହିଛନ୍ତି। ଗତ ଅଗଷ୍ଟ ୨୦ ତାରିଖରେ ଏହି ଗାଁରେ ସମାନ ଘଟଣାରେ ଅନିରୁଦ୍ଧ ବେହେରାଙ୍କ ମୃତ୍ୟୁ ହୋଇଥିଲା।
Follow Us