ପଙ୍ଖା ମରାମତି କଲା ବେଳେ ବିଦ୍ୟୁତ୍‌ ଆଘାତ ପାଇଲେ ଯୁବକ, ଚାଲିଗଲା ଜୀବନ

Advertisment
ସର୍ପାଘାତରେ ନାବାଳିକା ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧୀନ ଯଶିପୁର ଗାଁରେ ବିଜୁଳି ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଯଶିପୁର ଗ୍ରାମର କନେଇ ରାଉତଙ୍କ ପୁଅ ଚିନ୍ତାମଣୀ ରାଉତ(୨୨)। ରବିବାର ସକାଳ ୬ ଘଟିକା ସମୟରେ ଚିନ୍ତାମଣି ନିଜ ଘରେ ଏକ ପଙ୍ଖା ମରାମତି କରୁଥିବା ସମୟରେ ତାଙ୍କୁ ବିଜୁଳି ଆଘାତ ଲାଗିଥିଲା। ଏହି ଘଟଣା ପରେ ପରିବାର ଲେକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଂଶଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe