Image Courtesy of India Today
କଣ୍ଟାବାଞ୍ଜି: ରବିବାର ଅପରାହ୍ଣରେ ବେଲପଡ଼ା ବ୍ଲକ୍ ଭରୁଆପାଲି ଗ୍ରାମର କୈଳାସ କେତକୀ(୨୨ବର୍ଷ) ନାମକ ଜଣେ ଯୁବକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ କଣ୍ଟାବାଞ୍ଜି ରେଳବାଇର ଜିଆର୍ପି ଏବଂ ଆର୍ପିଏଫ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଉକ୍ତ ଯୁବକ ଜଣକ ଭରୁଆପାଲି ଗ୍ରାମରୁ ଆସି କଣ୍ଟାବାଞ୍ଜିର ଏକ ଦୋକାନରେ କାମ କରୁଥିଲେ। ଆଜି ହଠାତ କୁକୁଡ଼ାହାଡ଼ ଗାଁ ନିକଟରେ ଟିଟିଲାଗଡ଼ ପଟୁ ଆସୁଥିବା ସମତା ଏକ୍ସପ୍ରେସ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଲୋକୋ ପାଇଲଟ ପୁଲିସକୁ ସୂଚନା ଦେଇଛନ୍ତି।
Follow Us