ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

କୋଇଲା ବୋଝେଇ ଟ୍ରକ ଧକ୍କାରେ ଟ୍ୟାଙ୍କର ଡ୍ରାଇଭର ଗୁରୁତର

Representative image

ଝାରସୁଗୁଡା: ଝାରସୁଗୁଡ଼ା- ସମ୍ବଲପୁର ବିଜୁ ଏକ୍ସପ୍ରେସରେ ମଙ୍ଗଳବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଭାରୀଯାନ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଭାରୀଯାନକୁ ଜବତ କରିବା ସହ ମୃତକଙ୍କ ଶବ ଉଦ୍ଧାର କରିଛି। ମୃତ ଯୁବକ ସୁଧାଂଶୁ ନାୟକ(୩୮)ଙ୍କ ଘର ବ୍ରଜରାଜନଗର ହୋଇଥିବାବେଳେ ସେ ଝାରସୁଗୁଡ଼ା ମୁଙ୍ଗାପଡ଼ାରେ ରହି ଚିପ୍‌ସ ବ୍ୟବସାୟ କରୁଥିବା ସଦର ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅପରାହ୍‌ଣ ପ୍ରାୟ ୨ଟା ବେଳେ ଯୁବକ ଜଣକ ଏକ ବାଇକ୍‌ ଯୋଗେ ଝାରସୁଗୁଡାରୁ  ବଡମାଲ ଯାଉଥିଲେ। ଏହି ସମୟରେ ଝାରସୁଗୁଡ଼ାରୁ ସମ୍ବଲପୁର ଦିଗରେ ଦ୍ରୁତ ଗତିରେ ଯାଉଥିବା ଏକ ଭାରୀଯାନ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁଧାଂଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରୀଯାନଟି ଫେରାର ହେବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ତାକୁ କାବୁକରି ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe