ନୃସିଂହନାଥ ଭୀମକୁଣ୍ତ ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ

ନୃସିଂହନାଥ ଭୀମକୁଣ୍ତ ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ

YouTube

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ନୃସିଂହନାଥ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଭୀମକୁଣ୍ତ ଝରଣାରେ ସ୍ନାନ କରୁଥିବା ବେଳେ ପାଣିରୁ ବାହାରି ନପାରି ଯୁବକ ମୃତ୍ୟୁ ହୋଇଯାଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ନିକଟସ୍ଥ ଚକୁଳିଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଏଠାକୁ ଆସିଥିଲେ। ସେମାନେ ସମସ୍ତେ ଭୀମଧାର ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିଲେ। ସେମାନଙ୍କ ଭିତରୁ ଭି. ନଟ ଶ୍ରୀରାମ (୧୮ ବର୍ଷ) ଭୀମଧାର ତଳେ ସ୍ନାନ କରୁଥିବା ବେଳେ ପଥର ଭିତରେ ଫସି ଯାଇଥିଲେ।

ଏହା ଦେଖି ତାଙ୍କ ପରିବାରଲୋକେ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ। ଖବର ପାଇ ମନ୍ଦିର କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ସେଠାକୁ ଯାଇ ଉଦ୍ଧାର କରି ନପାରିବାରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳେ ପହଞ୍ଚି ଫସି ରହିଥିବା ଶ୍ରୀରାମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଇକମାଳ ଡାକ୍ତରଖାନାକୁ ଆଣିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ପଦ୍ମପୁରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ ବଢ଼େଇ କହିଛନ୍ତି। ଶ୍ରୀରାମଙ୍କ ବିୟୋଗରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe