ପୋଖରୀ ଭିତରେ ଥିବା ଦଳରେ ଫସି ଯୁବକ ମୃତ

Advertisment
ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Representative image

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଂଚାୟତ କମଳପୁର ଗ୍ରାମରେ ଶୁକ୍ରବାର ରାତ୍ର ୮ ଘଣ୍ଟା ସମୟରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ କମଳପୁର ଗ୍ରାମର ପବିତ୍ର ଦେହୁରୀ (୩୫) କିଛି ବତକ ଘରେ ରଖି ପାଇଥିଲେ। ଗ୍ରାମର ତାଳମୁଣ୍ଡା ପୋଖରୀକୁ ଗତକାଲି ବତକ ଗୁଡିକୁ ଚରିବାକୁ ଯାଇ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଫେରି ନଥିଲେ। ଏନେଇ ପରିବାର ଲୋକେ ମିଶି ବତକମାନଙ୍କୁ ଖୋଜିବାକୁ ପୋଖରୀ ଭିତରକୁ ଖୋଜିବାକୁ ଯାଇଥିଲେ। ପବିତ୍ର ଦେହୁରୀ ପୋଖରୀ ଭିତରକୁ ପଶି ବତକ ମାନଙ୍କୁ ଘଉଡ଼ାଇବାକୁ ପୋଖରୀ ଭିତରକୁ ଯାଇଥିବା ବେଳେ ପୋଖରୀ ଭିତରେ ଥିବା ଦଳରେ ଫସି ଯାଇଥିଲେ। ଦୀର୍ଘ ସମୟ ପୋଖରୀ ଭିତରୁ ପବିତ୍ର ନ ଆସିବାରୁ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ବାଉଶୁନି ଦମକଳ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଦମକଳ ବାହିନୀ ପୋଖରୀରୁ ଉଦ୍ଧାର କରିଥିଲେ। ସେତେବେଳେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଜହ୍ନାପଙ୍କ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe