Representative image
ବାରିପଦା: ବୁଢ଼ାବଳଙ୍ଗ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ପୁଣ୍ଡୁରା ଗ୍ରାମର ସୁକୁରା ସିଂ(୨୫)। ଗତକାଲି ମୃତକ ଜଣଙ୍କ ଘରୁ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। କୌଣସି ବନ୍ଧୁ ବାନ୍ଧବ ଘରକୁ ଯାଇଥିବ ଭାବି ଖୋଜାଖୋଜି କରିନଥିଲେ ଘରଲୋକ। ତେବେ ଆଜି ପାଇକବସା ନିକଟରେ ନଦୀରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସ କୁ ଖବର ଦେଇଥିଲେ। ଶବ ଉଦ୍ଧାର ପରେ ଏହା ସୁକୁରାଙ୍କର ବୋଲି ଜଣାପଡିଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ପ୍ରକାଶ।
Follow Us