ଦମ୍ମକୁଜ ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ଗ୍ରାମ ନିକଟ ଦମ୍ମକୁଜ ଡ୍ୟାମ୍‌ରେ ବୁଡ଼ିଯାଇ ମଙ୍ଗଳବାର ସେହି ଗାଁର ମହଞ୍ଚି ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ସେଠାରେ ମାଛ ଧରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତଳଗାଁ ଗ୍ରାମର ମହଞ୍ଜି ମଙ୍ଗଳବାର ଅପରାହ୍ନରେ ଗାଁ ନିକଟ ଦମ୍ମକୁଜ ଡ୍ୟାମ୍‌କୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ହେତୁ ସେ ବୁଡ଼ିଯାଇଥିଲେ। ଖବର ପାଇ ଘର ଲୋକଙ୍କ ସହ ଗ୍ରାମବାସୀ ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ। ଚାରିଛକ ଅଗ୍ନିଶମ ବାହିନୀ ରାତି ୧୧ଘଣ୍ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ୮ଘଣ୍ଟା ପରିଶ୍ରମ ପରେ ବୁଧବାର ସକାଳୁ ଡ୍ୟାମ୍‌ ଭିତରୁ ଶବ ମିଳିଥିଲା। ଏନେଇ ହରଭଙ୍ଗା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe