Representative image
ବଲାଙ୍ଗୀର: ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ (୨୫)।
ସୂଚନା ଅନୁସାରେ ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ବେଳେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ପୋଖରୀରେ ଉପସ୍ଥିତ ଲୋକଙ୍କ ଦ୍ୱାରା ତାଙ୍କୁ ତୁରନ୍ତ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଅନିଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଶୋକର ଛାୟା ଖେଳିଯାଇଛି।
Follow Us