Representative image
ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ କୁଲାଡ ଗ୍ରାମ ନିକଟରେ ଥିବା ବଡ଼ ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କୁଲାଡ ଗ୍ରାମର ଗୋବିନ୍ଦ ପାଣ୍ଡବଙ୍କ ପୁଅ ଗୋପାଳ ପାଣ୍ଡବ(୩୫) ଆଜି ଅପରାହ୍ନରେ ବଡ଼ନଦୀର ଗୌଡ଼ ସାହିର ତୁଠକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ବଡ଼ନଦୀର ପ୍ରବଳ ସ୍ରୋତରେ ଭାସି ପଳାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏସଂକ୍ରାନ୍ତରେ ପୁଲିସ୍ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରାତି ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଛି। ଅଗ୍ନିଶମ ଅଧିକାରୀ ଅନିଲ କୁମାର ମିଶ୍ର କହିଛନ୍ତି ଯେ, ନଦୀରେ ପାଣି ପ୍ରଖର ସ୍ରୋତ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ କୁଳ ଲଙ୍ଘି ପାଣି ଯାଉଥିବାରୁ ରାତି ସମୟରେ ଠାବ କରିବା ପ୍ରାୟତ ଅସମ୍ଭବ ହୋଇପଡୁଛି।
Follow Us