East Idaho News
ହରଭଙ୍ଗା: ହଜିନାହିଁ ମାନବିକତା ଏହାର ଏକ ନଜିର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକରେ। ଘଟଣାଟି ଥିଲା। ଏପରି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଡ଼ ଗ୍ରାମର ଶେଷଦେବ ପ୍ରଧାନଙ୍କ ସାତ ବର୍ଷ ର ପୁଅ ରାଜେନ୍ଦ୍ରର ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ମଙ୍ଗଳବାର ଦିନ ବାପା ମା ନିକଟସ୍ଥ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ପିଲାଟିର ମୃତ୍ୟୁ ଘଟିଥିଲା। ଗାଡିଭଡା କରି ପୁଅର ମୃତ ଦେହ ଘରକୁ ନେବାପାଇଁ ଅର୍ଥ ନଥିବାରୁ ବାପା ଶେଷଦେଵ କାନ୍ଧରେ ବୋହି ଚାଲିଚାଲି ପୁରୁଣାକଟକରୁ ପ୍ରାୟ ୨କିମି ଦୂର ଉଦେପୁର ପର୍ଯ୍ୟନ୍ତ ପହଞ୍ଚିଥିଲେ ଓ ପିଲାଟିର ମା ଓ ଭାଇ ପଛରେ ବୁକୁଫଟା କ୍ରନ୍ଦନ କରୁଥିଲେ।
/sambad/media/post_attachments/wp-content/uploads/2020/11/Harabhanga.jpeg)
ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେହିବାଟ ଦେଇ ଏକ ଅଲଟୋ କାର ଯୋଗେ ଆସୁଥିବା ପୁରୁଣାକଟକର ବାସିନ୍ଦା ପ୍ରଦୀପ କୁମାର ଛତ୍ରିଆ (ଦୀପ ଭାଇ) ସେମାନଙ୍କୁ ଅଟକାଇ ସହଯୋଗର ହାତ ବଢାଇଥିଲେ।ସେ ମାନବିକତା ଦ୍ରୁଷ୍ଟିରୁ ନିଜ କାରରେ ଶିଶୁର ଶବ ଓ ତାର ବାପା ମାଙ୍କୁ ନେଇ ମୂଷାଡ ଗ୍ରାମରେ ଛାଡିଥିଲେ। ଦୀପ ଭାଇଙ୍କ ଏହି ମହନୀୟ କାର୍ଯ୍ୟକୁ ସବୁ ମହଲରୁ ଭୂରୀୟ ପ୍ରଶଂସା କରାଯିବା ସହିତ ତାଙ୍କର ଏଭଳି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଲୋଚନା ହେଉଛି।ମୃତ ଶିଶୁଟିର ଘର ଲୋକ ଅତି ଗରିବ ହୋଇଥିବାରୁ ତାଙ୍କୁ ପୁଅର ଅନ୍ତଷ୍ଟିକ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Follow Us