ପୁଲିସ ପେଟ୍ରୋଲିଙ୍ଗ ବେଳେ ଅଘଟଣ: କଡ଼େଇର ଗରମ ତେଲପଡି ଠେଲା ମାଲିକ ଗୁରୁତର

ପୁଲିସ ପୀଡିତକୁ ଡାକ୍ତରଖାନାକୁ ନନେବାରୁ ଉତ୍ତେଜନା

ପୁଲିସ ପେଟ୍ରୋଲିଙ୍ଗ ବେଳେ ଅଘଟଣ: କଡ଼େଇର ଗରମ ତେଲପଡି ଠେଲା ମାଲିକ ଗୁରୁତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଘଟିଛି ଅଘଟଣ। ବୀରମହାରାଜପୁର ସାମ୍ବାଦିକ ଭବନ ପାଖରେ ଏକ ଠେଲାରେ ଜଳଖିଆ ଦୋକାନ କରି ଚଳୁଥିଲା ସୁଦାମ ବିଶ୍ୱାଳ (୩୨) ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆଜି ପୁଲିସ ତାଙ୍କ ଦୋକାନ ପାଖରେ ପହଞ୍ଚି ଦୋକାନରେ ଜଳଖିଆ ଖାଉଥିବା ଲୋକଙ୍କୁ ତୁମେ ମାସ୍କ ପିନ୍ଧି ନଥିବା କହି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପୁଲିସର ମାଡଯୋଗୁଁ ଗରମ୍‌ ତେଲ କଢେଇରେ ଲାଠି ବାଜିବାରୁ ଗରମ ତେଲ ମୋ ଦେହସାରା ପଡ଼ିଗଲା ବୋଲି କହିଛନ୍ତି ଠେଲା ମାଲିକ ସୁଦାମ ବିଶ୍ୱାଳ। ସବୁଠାରୁ ପରିତାପର ବିଷୟ ହେଲା ଗରମତେଲ ପଡ଼ି ବିକଳ ଚିତ୍କାର କରୁଥିଲେ ସୁଦ୍ଧା ପୁଲିସ ତାକୁ ଘଟଣାସ୍ଥଳରୁ ଡାକ୍ତରଖାନାକୁ ନ ନେଇ ପଳାଇ ଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି।

ଏ ସମ୍ପର୍କରେ ଦାୟିତ୍ୱ ଥିବା ପୁଲିସ ଅଧିକାରୀ ସବ ଇନ୍‌ସପେକ୍ଟର ବିଜୟ କୁମାର ବାରିକଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା କଥା। ଆମ ପୁଲିସ ଗାଡି ତା ଦୋକାନକୁ ଆଦୌ ଯାଇନାହିଁ। ମାଡତ ଦୂରର କଥା, ତାପାଖରେ ଥିବା ଅନ୍ୟ ଠେଲା ପାଖରେ ପୁଲିସ ଗାଡି ଲାଗି ଥିଲା। ସେଠାରେ ଲୋକ ଭିଡ ଜମାଇଥିଲେ। ପୁଲିସ ଗାଡି ଦେଖି ଲୋକେ ଦୌଡ଼ିଥିଲେ। ଏହା ପରେ କ’ଣ ଘଟିଲା ଆମକୁ ଜଣାନାହିଁ। ପାଖ ଦୋକାନରେ ସିସିଟିଭି ଥିଲେ, ତାର ଫୁଟେଜ ଦେଖି ପାରିବେ ବୋଲି ସବ୍‌ଇନ୍ସପେକ୍ଟର ବିଜୟ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ ସମ୍ବାଦର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଭୁଲ ଯାହାବି ହେଉ ଗରମ ତେଲ ପଡ଼ି ଜଣେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାକୁ ଡାକ୍ତରଖାନା ନନେବା ଏହା କ’ଣ ମଣିଷ ପଣିଆ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe