କେନ୍ଦୁଝର: ଗୁଳିମାଡ଼ କରି ଲୁଟିଲେ ଦୁର୍ବୃତ୍ତ, ଯୁବକଙ୍କୁ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର: ଗୁଳିମାଡ଼ କରି ଲୁଟିଲେ ଦୁର୍ବୃତ୍ତ, ଯୁବକଙ୍କୁ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ବାଁପାହାର ନିକଟରେ ଗୁରୁବାର ଜଣେ ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ସୂଚନା ଅନୁସାରେ ଗୁଳିମାଡ଼ ଓ ଲୁଟର ଶିକାର ହୋଇଛନ୍ତି ଦିଲୀପ ବେହେରା। ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

publive-image

ରିପୋର୍ଟ ଅନୁସାରେ ଦିଲୀପ ସହରର ମାଇନିଂ ରୋଡରେ ରଂଗ ବ୍ୟବସାୟ କରିଥାନ୍ତି। ଆଜି ରାତି ୧୦ଟା ୩୦ ବେଳକୁ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରେଳବାଇ ଓଭରବ୍ରିଜ ତଳେ ଅନ୍ଧାରର ସୁଯୋଗ ନେଇ ଝାରଖଣ୍ଡ ନମ୍ବର ଥିବା ୨ଟି କଳା ପଲସରରେ ଆସି ୪ ଜଣ ଦୁର୍ବୃତ୍ତ ଦିଲୀପଙ୍କୁ ଟାର୍ଗେଟ କରିଥିଲେ। ସେମାନେ ଗୁଳି କରି ୧୫ ହଜାର ଟଙ୍କା ଓ ଏକ ମୋବାଇଲ ଲୁଟ କରି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe