ରାତିରେ ମକାବାଡ଼ ଜଗିବାକୁ ଯାଇଥିଲେ ଯୁବକ, କୂଅରେ ପଡି ମୃତ୍ୟୁ

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସୀ ପଂଚାୟତ ଘାଡ଼ାଘାଟ ଠାରେ ଦେଖିବାକୁ ମିଲିଛି ଏକ ଅଭାବନୀୟ ଘଟଣା। ଘାଡ଼ାଘାଟ ଗ୍ରାମର କାଡି ଭତରାଙ୍କ ପୁଅ ସଦନ ଭତରା ଗତରାତିରେ ନିଜ ମକା ବାଡ଼ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡି ମୃତ୍ୟୁବରଣ କରିଥିଲେ।

ସୂଚନା ମୁତାବିକ ସଦନ ଓ ତାଙ୍କ ବଡ ଭାଇ ସନାଧର ଦୁଇ ଜଣ ରାତିରେ ଖାଇସାରିବା ପରେ ସାନଭାଇ ସଦନ ମକା ବାଡ଼ରେ ମକା ଜଗିବାକୁ ଯାଇଥିଲେ । ତେବେ ସକାଳୁ ସଦନ ଘରେ ନ ପହଞ୍ଚିବାରୁ ଘର ଲୋକମାନେ ମକା ବାଡ଼କୁ ଯାଇ ଖୋଜିଥିଲେ। ବହୁ ସମୟ ଖୋଜା ଖୋଜି କରିବା ପରେ ପରିବାର ଲୋକଙ୍କ ପରିତ୍ୟକ୍ତ କୂଅ ଉପରେ ସନ୍ଦେହ ସୃଷ୍ଟି ହେଲା ପରେ ଏକ ବାଉଁଶ ପୁରାଇ ଖୋଜି ଥିଲେ। ତେବେ ମୃତଦେହ ବାଉଁଶରେ ବାଜିବା ପରେ ଘରଲୋକ ଉମରକୋଟ ପୁଲିସକୁ ଜଣାଇଥିଲେ। ସଂଗେ ସଙ୍ଗେ ଉମରକୋଟ ପୁଲିସ ଓ ଉମରକୋଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଥିଲେ।

ତେବେ ପରିତ୍ୟକ୍ତ କୂଅଟି ୨୫ ଫୁଟ ଗଭୀର ଥବାରୁ ବହୁ ଚେଷ୍ଟା ଫଳରେ ମୃତଦେହକୁ ବାହାର କରି ବ୍ୟବେଛଦ ପାଇଁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସଦନ ଜଣେ ମାନସିକ ରୋଗୀ ଏବଂ ଦିବ୍ୟାଙ୍ଗ ଥିଲେ। ରାତିରେ ମକା ବାଡ଼ରୁ ସେ ଶୌଚ ପାଇଁ ଯିବା ସମୟରେ ନଜାଣି ସେହି ପରିତ୍ୟକ୍ତ କୂଅ ଭିତରେ ଖସିପଡିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe