India.com
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା(ଗୋକଣ୍ଣେର୍ଶ୍ବର ମନ୍ଦିର) ନିକଟ ବ୍ରାହ୍ମଣୀ ବ୍ରିଜ୍ ଉପରେ ଆଜି ମଧ୍ୟାହ୍ନରେ ବସ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ନାକାଣିଡିହ ଥାନା କୃଷ୍ଣପୁର ଗ୍ରାମର ପରିତୋଷ ମାଇତି(୨୪)। ସେ ଏକ ବାଇକ୍ରେ ଭୁବନେଶ୍ବର ଯାଉଥିବା ବେଳେ ସାଢେ ୧୨ଟାରେ ବ୍ରାହ୍ମଣୀ ବ୍ରିଜ୍ ଉପରେ ଏକ ବସ୍(ଡବ୍ଲୁବି୧୯ଜି-୬୫୦୪) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ପଡ଼ିଥିଲେ। ଏହି ସମୟରେ ବସ୍ ତାଙ୍କ ମୁଣ୍ତ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ପରିତୋଷଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସରେ ମୃତଦେହକୁ ଧର୍ମଶାଳା ଡାକ୍ତରଖାନା ନିଆଯାଇଥିଲା। ପୁଲିସ୍ ଦୁର୍ଘଟଣା ଘଟାଇଥିବା ବସ୍ ଓ ମୃତଦେହକୁ ଜବତ କରି ତଦନ୍ତ କରୁଛି। ପରିତୋଷ ଭୁବନେଶ୍ବରର ଏକ ହୋଟେଲ କର୍ମଚାରୀ ଥିଲେ।
Follow Us