ସୁନ୍ଦରଗଡ଼: ଆଜି ଅପରାହ୍ନ ଅଢ଼େଇଟାରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ମଝାପଡ଼ା ତେଲିମାଲରେ ବଜ୍ରାଘାତରେ ଜଣେ ଯୁବକ ସନାତନ ହେମ୍ରମ (୨୨)ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଯୁବକ ଜଣକ ଗାଁ ପାଖରେ ଥିବା ପୋଖରୀକୁ ଯାଇ ହୁଡ଼ାରେ ଠିଆ ହୋଇଥିଲେ। ଏହି ସମୟରେ ଅଚାନକ ଝଡ଼ପବନ ସାଙ୍ଗକୁ ପୋଖରୀ ହୁଡ଼ାରେ ଥିବା ଏକ ଗଛ ଉପରେ ବଜ୍ରପାତ ହୋଇଥିଲା। ପାଖରେ ଥିବା ଯୁବକଙ୍କ ଦେହରେ ମଧ୍ୟ ଲାଗିଥିଲା। ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ। ପରେ ପରିବାର ଓ ଗାଁ ଲୋକେ ତାଙ୍କୁ ଏକ ଖଟରେ ବୋହି ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଧରୁଆଡିହି ଥାନାକୁ ସୂଚନା ଦେଇଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂକ୍ରାନ୍ତରେ ଧରୁଆଡିହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ବଜ୍ରାଘାତରେ ଟଳିପଡ଼ିଲେ ଯୁବକ
Advertisment
Follow Us