The Hans India
ବନ୍ତଳା: ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ଆଜି ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ମଧୁପୁର ଗ୍ରାମର ସରୋଜ ମହାରଣା(୪୨)। ଗତକାଲି ଦିନ ୧୧ ବେଳେ କୌଣସି କାର୍ଯ୍ୟରେ ବାଇକ ଯୋଗେ ବନ୍ତଳା ଛକକୁ ଯାଉଥିଲେ। ପୋକତୁଙ୍ଗା ଗ୍ରାମର ଶନି ମନ୍ଦିର ନିକଟରେ ସେ ଭାରସ୍ୟାମ ହରାଇ ଥିଲେ। ଫଳରେ ସରୋଜ ବାଇକରୁ ରାସ୍ତା କଡକୁ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକମାନେ ସରୋଜଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ଫଳରେ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ତାଙ୍କର ଛୋଟ ଛୋଟ ଚାରୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।
Follow Us