Image Source: News Nation
ରେଙ୍ଗାଲି: ଅମାନବିକତାର ସବୁ ସୀମା ଟପିଗଲା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଳିକସ୍ କାରଖାନାରେ। କାରଖାନାର ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୁତ୍ୟୁ ଘଟି ଥିବା ଜଣାପଡିଛି। ମୃତକ ହେଲେ ବେଙ୍ଗଡୁଲୁ ଭୂୟାଁ (୧୮)।
ସୂଚନା ଅନୁସାରେ ଝାରସୁଗୁଡା ଲହରାବୁଡ଼ ନିବାସୀ ବେଙ୍ଗଡୁଲୁ ଭୂୟାଁ ନିଜ ମାଉସୀ ଘର ନିଶାନଭଙ୍ଗା ଗ୍ରାମକୁ ଆସିଥିଲେ। ବେଙ୍ଗଡୁଲୁ କୌଣସି କାମ ବସତଃ ଶ୍ୟାମ ମେଟାଳିକସ୍ର ପଛ ପଟ ପାଚେରୀରେ ଥିବା ସମୟରେ ଶ୍ୟାମ ମେଟାଳିକସର ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଆହତ ହୋଇପଡିଥିଲେ। ଆହତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଙ୍ଗାଲି ଡାକ୍ତରଖାନାକୁ ଆଣିଥିଲେ। ପ୍ରବଳ ରକ୍ତ ସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Follow Us