ଟ୍ରାକ୍ଟର ଦୁର୍ଘଟଣାରେ ଯୁବକ ମୃତ

Advertisment
ଟ୍ରାକ୍ଟରରୁ ଖସି ମହିଳା ଶ୍ରମିକଙ୍କ ମୃତ୍ୟୁ

Representation image by The Weekly Times

ବାମରା: ମହୁଲପାଲି ଥାନା ଅନ୍ତର୍ଗତ ତଲସରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ବାରଖଣ୍ଡିଆ ଗ୍ରାମର ରିତୁ ମୁଣ୍ଡାଙ୍କ ପୁଅ ସୁବୋଧ (୧୮)। ଏ ନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାମରା ବ୍ଲକ ବାବୁ ନିକ୍ତିମାଲ ପଞ୍ଚାୟତର ବାରଖଣ୍ଡିଆ ଗ୍ରାମର ଏକ ଟ୍ରାକ୍ଟର ବୁଧବାର ନିକଟସ୍ଥ କଟେନପଡ଼ା ଗାଁରୁ ବୋଝେଇ କରାଯାଇଥିବା ଇଟା ଅନଲୋଡ୍‌ କରି ଫେରୁଥିଲା। ସନ୍ଧ୍ୟା ପ୍ରାୟ ୭ ଟା ୩୦ ରେ ତଲସରା(ହରିଜନପଡ଼ା)ନିକଟରେ ଉକ୍ତ ଟ୍ରାକ୍ଟର୍‌ର ଇଞ୍ଜିନ ଭାଗରେ ବସିଥିବା ବାରଖଣ୍ଡିଆ ଗାଁର ରିତୁ ମୁଣ୍ଡାଙ୍କ ପୁଅ ସୁବୋଧ ହଠାତ ଖସିପଡ଼ି ଥିଲେ। ଏଥିରେ ଗୁରୁତର ଆହତ ହୋଇଥିବା ସୁବୋଧକୁ ତୁରନ୍ତ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ମୃତକଙ୍କ ବଡ଼ବାପା ପୁଅ ଅନନ୍ତ ମୁଣ୍ଡା ଲିଖିତ ଭାବେ ଜଣାଇବା ପରେ ମହୁଲପାଲି ଥାନା ପକ୍ଷରୁ କେସ୍‌ ନମ୍ବର ୧୮୭/୨୦ ଦଫା ୨୭୯/୩୦୪(ଏ)ରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ଏ ଏସ୍ ଆଇ ପି ଖଲକୋ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍‌ଣରେ କୁଚିଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ, ସଂଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଗରିବ ବିପିଏଲ ପରିବାରକୁ ଯଥା ସମ୍ଭବ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଦୁର୍ଘଟଣାକୁ ନେଇ ପୁଲିସ ପକ୍ଷରୁ ସଠିକ ତଥ୍ୟ ମିଳି ପାରି ନ ଥିବା ବେଳେ, ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe