ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ପୁଲିସ ମାଡ଼ରେ ବାଇକ ଚାଳକର ଆଖି ନଷ୍ଟ !

Advertisment
ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ପୁଲିସ ମାଡ଼ରେ ବାଇକ ଚାଳକର ଆଖି ନଷ୍ଟ !

ବାରିପଦା: ବାରିପଦା ରିଜର୍ଭ ପୁଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଲାଠିମାଡ଼ରେ ଜଣେ ଯୁବକର ଜୀବନ ଅଳ୍ପକରେ ବର୍ତ୍ତିିଯାଇଥିବା ବେଳେ ତାର ଡ଼ାହାଣ ଆଖି ଫାଟି ରକ୍ତସ୍ରାବ ହେବା ସହ ଆଖିକୁ ଦେଖାଯାଉ ନ ଥିବାର ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଅକ୍ଟୋବର ୨୭ ତାରିଖ ବାରିପଦା ପୌର ପରିପରିଷଦର ୱାର୍ଡ଼ ନମ୍ବର ୨୫ ଅଂଚଳର ସିପୁ ଦାସ ଅସୁସ୍ଥ ଥିବାରୁ ଔଷଧ ନେବା ପାଇଁ ଷ୍ଟେଷନ ବଜାରକୁ ଆସିଥିଲୋ ତରବରରେ ଆସିଥିବାରୁ ଘରୁ ହେଲମେଟ ଆଣି ନ ଥିଲେ । ଫେରିବା ସମୟରେ ପାଲବଣି ବାଇପାସ୍‌ ନିକଟରେ ଗାଡ଼ିମୋଟର ଯାଚ ଚାଲିଥିଲା। ଏହି ସମୟରେ ସିପୁ ହଠାତ୍‌ ପୁଲିସକୁ ଦେଖି ବ୍ୟସ୍ତ ହୋଇପଡ଼ିଥିଲେ। କାରଣ ସେ ହେଲମେଟ ପିନ୍ଧି ନଥିଲେ।

ବାଇକ ରାସ୍ତା ପାର୍ଶ୍ୱରେ ପାର୍କିଂ କରାଉଥିବା ସମୟରେ ରିଜର୍ଭ ପୁଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳ ସିପୁଙ୍କ ମୁଣ୍ଡକୁ ଲକ୍ଷ କରି ଲାଠିମାଡ଼ କରିଥିଲେ । ମାତ୍ର ଲାଠି ପ୍ରହାର ସୌଭାଗ୍ୟ ବଶତଃ ମୁଣ୍ଡରେ ନ ବାଜି ଆଖିରେ ବାଜିଥିଲା ଆଖି ଡ଼ୋଳା ଫାଟି ରକ୍ତ ସ୍ରାବ ଆରମ୍ଭ ହୋଇଥିଲା । ଏହା ଦେଖି ପୁଲିସ ସିପୁକୁ ଘରକୁ ପଠାଇ ଦେଇଥିଲା । ଆଜି ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲର ଚକ୍ଷୁ ବିଭାଗରେ ନିଜର ଆଖିକୁ ଦେଇ ଔଷଧପତ୍ର ନେଇ ଆସିଥିବା ବେଳେ ତାଙ୍କର ଡ଼ାହାଣ ଆଖିର ଧଳା ଡ଼ୋଳାଟି ଲାଠିମାଡ଼ରେ ନଷ୍ଟ ହୋଇଯାଇଥିବାର ଜଣାପଡ଼ିଛି । ଏବିଷୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାର ଘଟଣା ଉପରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe