ଜଳ ପ୍ରପାତ ନିକଟରେ ସେଲ୍ଫି ନେବା ହେଲା କାଳ, ପାଣିରେ ଖସି ଯୁବକ ନିଖୋଜ

Advertisment
ଜଳ ପ୍ରପାତ ନିକଟରେ ସେଲ୍ଫି ନେବା ହେଲା କାଳ, ପାଣିରେ ଖସି ଯୁବକ ନିଖୋଜ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବପୀଠରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ଘୁମରେଶ୍ବର ଶୈବପୀଠ ତଳକୁ ଥିବା ଜଳ ପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗଡ଼ ଖସି ଅକାତ ଅକାତ ପାଣିରେ ପଡ଼ି ନିଖୋଜ ଥିବା ସୂଚନା ମିଳିଛି। ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ବହୁ ସମୟ ଧରି ଖୋଜାଖୋଜି କରିବା ସତ୍ୱେ ନିଖୋଜ ଯୁବକ ଙ୍କ ପତ୍ତା ନୀଳିପାରିନି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଛି ପ୍ରସିଦ୍ଧ ଘୁମରେଶ୍ୱର ଶୈବପୀଠ। ପୀଠ ନିକଟରେ ରହିଛି ସୁଉଛ ଜଳ ପ୍ରପାତ। ପ୍ରତ୍ୟେକ ବର୍ଷ ଏହି ପୀଠ ତଥା ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି। ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଂଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ ପୁତ୍ର ହରିବନ୍ଧୁ ଗୌଡ଼(୧୮) ନିଜ ଦୁଇଜଣ ସାଙ୍ଗଙ୍କ ସହ ଘୁମରେଶ୍ବର ଶୈବ ପୀଠକୁ ବୁଲିବାକୁ ଆସିଥିଲେ। ଶୈବପୀଠ ଦର୍ଶନ ସାରି ନିକଟରେ ଥିବା ଜଳ ପ୍ରପାତ ନିକଟରେ ବୁଲାବୁଲି କରୁଥିଲେ।

ତେବେ ସୁଉଚ୍ଚ ଜଳ ପ୍ରପାତ ନିକଟରେ ଥିବା ଜଳ ପ୍ରପାତ ନିକଟରେ ହରିବନ୍ଧୁ ସେଲ୍ଫି ନେବା ସମୟରେ ଗଡ଼ ଖସି ପାଣିରେ ପଡ଼ିଥିବା ସୂଚନା ମିଳିଛି। ତାଙ୍କ ସାଥିରେ ଆସିଥିବା ସାଙ୍ଗମାନେ ସମ୍ପୃକ୍ତ ପରିବାର ଙ୍କୁ ଫୋନ ଯୋଗେ ଜଣେଇଥିଲେ। ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ କର୍ମଚାରୀ ଘୁମରେଶ୍ବର ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ଜଳ ପ୍ରପାତ ନିକଟରେ ପହଂଚି ଥିଲେ। ରଶି ସାହାଯ୍ୟରେ ଜଳ ପ୍ରପାତ ତଳକୁ ଓଲ୍ହେଇ ପାଣି ଭିତରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା। ହେଲେ ସନ୍ଧ୍ୟା ସମୟ ହେବାରୁ ସନ୍ଧାନ କାର୍ଯ୍ୟ ସ୍ଥଗିତ ରଖା ଯାଇଥିଲା। ପୁଣି ଆସନ୍ତା କାଲି ଯୁବକଙ୍କ ସନ୍ଧାନ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ହାବିଲଦାର ମହେନ୍ଦ୍ର କୁମାର ମିଶ୍ର ସୂଚନା ଦେଇଛନ୍ତି। ଏନେଇଁ ସମ୍ପୃକ୍ତ ପରିବାର ପକ୍ଷରୁ ଯୁବକ ନିଖୋଜ ଥିବା ନେଇଁ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe