ଘରୋଇ କମ୍ପାନିର କର୍ମଚାରୀ ନିଖୋଜ, ପରିବାର ପକ୍ଷରୁ ଥାନାରେ ଏତଲା

Advertisment
ଘରୋଇ କମ୍ପାନିର କର୍ମଚାରୀ ନିଖୋଜ, ପରିବାର ପକ୍ଷରୁ ଥାନାରେ ଏତଲା

ଝାରସୁଗୁଡ଼ା: ସ୍ଥାନୀୟ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଖୋଜ ନେଇ ଝାରସୁଗୁଡ଼ା ଥାନାରେ ଏତଲା ‌ହୋଇଛି। ନିଖୋଜ ଯୁବକ ହେଲେ ଜିତେନ୍ଦ୍ର ରଣା (୨୭)।

ପୁଲିସ କହିବା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଡଙ୍ଗାପଥର ଗ୍ରାମର ଜିତେନ୍ଦ୍ର ରଣା(୨୭) ସ୍ଥାନୀୟ ଏକ କମ୍ପାନିରେ କାମ କରୁଥିଲେ। ସେ ଝାରସୁଗୁଡ଼ା ଥାନାଞ୍ଚଳରେ ଏକ ଭଡ଼ା ଘର ନେଇ ରହୁଥିଲେ। ଗତ ୧୫ତାରିଖରୁ ଜି‌ତେନ୍ଦ୍ରଙ୍କ ମୋବାଇଲ୍‌ ବନ୍ଦ ଥିବା ବେଳେ ତାଙ୍କର କୌଣସି ଖୋଜ୍ ଖବର ବି ମିଳୁନି। ସେପଟେ, ୧୫ ତାରିଖରୁ ଜିତେନ୍ଦ୍ର କାମ କରିବାକୁ କମ୍ପାନିକୁ ଯାଇନଥିବା ନେଇ କମ୍ପାନି କର୍ମଚାରୀ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି। କିନ୍ତୁ ଜିତେନ୍ଦ୍ର ଘରକୁ ଅଥବା କୌଣସି ସଂପର୍କୀୟଙ୍କ ଘରକୁ ମଧ୍ୟ ଯାଇ ନାହାନ୍ତି। ସେହପିରି ସେ କୌଣସି ସାଙ୍ଗସାଥୀଙ୍କ ପାଖକୁ ଯାଇଥିବା ନେଇ ସୂଚନା ନାହିଁ।

ଜିତେନ୍ଦ୍ରଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ଥିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏନେଇ ପରିବାର ଲୋକେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe