ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

Advertisment
ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ମାମୁ ପୁଅକୁ ଜଣେ ଯୁବକ ହତ୍ୟା କରିଛି। ମୃତ ବ୍ୟକ୍ତି ହେଲେ ନୀଳାଞ୍ଚଳ ମୁନା (୩୫)। ଅଭିଯୁକ୍ତର ନାମ ପରମିଲ ପେରା (୧୯)। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ଘଟଣାରୁ ପ୍ରକାଶଯେ, ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ଚେନ୍ନାଇରେ କାମ କରିବା ସମୟରେ ୭ ବର୍ଷ ତଳେ ଅନିଲ ପେରା (୨୬)ଙ୍କୁ ବିବାହ କରିଥିଲା। ଏବେ ତାଙ୍କର ୨ଟି ସନ୍ତାନ ଅଛନ୍ତି। କିଛି ଦିନ ପୂର୍ବରୁ ରଜ ପାଇଁ ଅନିଲ ସପରିବାରେ ନିଜ ସାନଭାଇ ଓ ମାମୁଁ ପୁଅ ନୀଳାଞ୍ଚଳ ମୁନାକୁ ନେଇ ଆସିଥିଲା। ୨୦ ତାରିଖ ଅପରାହ୍ନ ୩ଟାରେ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ଅନିଲ ସାନ ଭାଇ ପରମିଲ ପେରା (୧୯) ଏକ ଟାଙ୍ଗିଆରେ ଅଚାନକ ବେକକୁ ହାଣି ଦେବା ଫଳରେ ନୀଳାଞ୍ଚଳ ମୁନା(୩୫) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ବିଶ୍ୱମ୍ବର ପେରାଙ୍କ ପୁଅ ନୀଳାଞ୍ଚଳ ଅବିବାହିତ ବୋଲି ଜଣାପଡ଼ିଛି। ଅଭିଯୁକ୍ତର କହିବା ମୁତାବକ ନୀଳାଞ୍ଚଳ ଭାଉଜ, ଭଉଣୀ, ମା’ଙ୍କୁ ସବୁ ସମୟରେ ଖରାପ ନଜରରେ ଦେଖୁଥିଲା। ଗୋଧୋଇବା ବେଳେ, ଶୋଇବା ବେଳେ ନଜର ରଖୁଥିଲା ତେଣୁ ସେ ତାକୁ ହତ୍ୟା କଲା। ଏ ସମ୍ପର୍କରେ ପରମିଲର ଭାଉଜକୁ ପଚାରିବାରୁ ଏହା ମିଛ କଥା ବୋଲି ସେ କହିଛନ୍ତି। ତେବେ ପରମିଲର ମାନସିକ ସ୍ଥିତିରେ ବିକୃତି ଥିବା ପରି ଜଣାପଡ଼ିନି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସୁଥିବା ଖବର ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe