ସମ୍ବଲପୁର: ଅଇଁଠାପାଲି ଥାନା ଅଧୀନ କୁଲତାନୂଆପାଲିରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସଂପୃକ୍ତ ଯୁବକଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ସବ୍ୟସାଚୀ ସାହୁ ଓରଫ ଦାରା ସିଂ।
ସୂଚନା ଅନୁସାରେ ବୈଦାରନୂଆପାଲିର ସବ୍ୟସାଚୀ ସାହୁଙ୍କ ମୃତଦେହ କୁଲତାନୁଆପାଲି ଠାରେ ପଡ଼ିଥିବା କିଛି ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କର ଖବର ଅନୁସାରେ ଅଇଁଠାପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
ପୁଲିସ କହିଛି, ମୃତ ବ୍ୟକ୍ତି ବେଦାରନୂଆପାଲିର ସବ୍ୟସାଚୀ ସାହୁ। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
Follow Us