Image Courtesy of NDTV
ଝାରସୁଗୁଡ଼ା: ସବୁବେଳେ ମୋବାଇଲ୍ ଦେଖିବାକୁ ମନା କରିବାରୁ ଗାମୁଛାରେ ଫାଶୀ ଦେଇ ଝୁଲିପଡ଼ିଲେ ଯୁବତୀ। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ବୃନ୍ଦାମାଲ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକହେଲେ ଗ୍ରାମର ଦୀପା ମାଝୀ(୧୮)। ସୂଚନା ପାଇ ବଡ଼ମାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏସଂକ୍ରାନ୍ତରେ ବଡ଼ମାଳ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ପୁଲିସ୍ ସୂଚନା ଅନୁସାରେ, ଦୀପା ସବୁବେଳେ ମୋବାଇଲ୍ ଦେଖିବା ଘଟଣାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତି ଲାଗି ରହୁଥିଲା। ସକାଳୁ ମଧ୍ୟ ଏହି ଘଟଣାକୁ ନେଇ ତାଙ୍କୁ ଘର ଲୋକେ ମନା କରିଥିଲେ। ଏହାପରେ ତାଙ୍କ ବାପା କାମ କରିବାକୁ ଫ୍ୟାକ୍ଟ୍ରିକୁ ଚାଲି ଯାଇଥିବା ବେଳେ ମା' ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଦୀପା ଘର ଭିତର ପଟୁ ଲକ୍ କରି ସିଲିଂରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ତାଙ୍କ ମା' ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।
Follow Us