ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବତୀ

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଦାରିହା ଗ୍ରାମର ସ୍ବର୍ଗତଃ ହରେକୃଷ୍ଣ ବେହେରାଙ୍କ ୨୨ ବର୍ଷୀୟା ଝିଅ ଦେବୀ ଗୁରୁବାର ସକାଳେ ଘର ନିକଟସ୍ଥ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି...

ଅଦ୍ୟତନ ହୋଇଛି
8aaaa

ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଦାରିହା ଗ୍ରାମର ସ୍ବର୍ଗତଃ ହରେକୃଷ୍ଣ ବେହେରାଙ୍କ ୨୨ ବର୍ଷୀୟା ଝିଅ ଦେବୀ ଗୁରୁବାର ସକାଳେ ଘର ନିକଟସ୍ଥ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାଇ ଗୁରୁବାର ଭୋର ଦେବୀ ଘର ପାଖ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀ ପାଣିରେ ବୁଡି ଯାଇଥିଲେ। ଏବେ ବର୍ଷା ଦିନ ପାଇଁ ପୋଖରୀରେ ଉଛୁଳା ପାଣି ଥିବାରୁ ଦେବୀ ନିଜକୁ ଉଦ୍ଧାର କରିପାରି ନ ଥିଲେ।

ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦେବୀ ଘରକୁ ନ ଫେରିବାରୁ ପରିବାର ଲୋକ ଚାରିଆଡେ ଖୋଜାଖୋଜି କରି ପୋଖରୀ ପାଣିରୁ ଦେବୀକୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୪୧/୨୪ ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବ ବ୍ୟବଛେଦ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe