ବ୍ରିଜ୍ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ

Advertisment

ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି...

ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି...

WhatsApp Image 2024-09-19 at 8.18.25 AM

ଯାଜପୁର: ଯାଜପୁର ଜିଲ୍ଲା ଖରସ୍ରୋତା ବ୍ରିଜ୍‌ ଉପରେ ଅଘଟଣ ଘଟିଛି। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

ଖବର ଅନୁଯାୟୀ, ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଯୁବତୀ ନିଖୋଜ ରହିଛନ୍ତି । 

ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ସନ୍ଧାନ ଆରମ୍ଭ କରିଛି।  ନିଖୋଜ ଯୁବତୀଙ୍କ ନାମ ମନ୍ଦାକିନୀ ସାମଲ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe