Deccan Herald
ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିଆନି ଗ୍ରାମରେ ଜମିଜମା ବିବାଦକୁ ନେଇ ଆଜି ମଧ୍ୟାହ୍ନ ୧ଟା ସମୟରେ ବଡ଼ଭାଇର କୋଦାଳ ଚୋଟରେ ସାନଭାଇର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଉକ୍ତ ଗାଁର ସୁଦନ ମୁଣ୍ଡାଙ୍କ ପୁଅ ପ୍ରଧାନ ମୁଣ୍ଡା(୪୭)। ସୂଚନା ଅନୁସାରେ ପ୍ରଧାନ ଜେସିବି ଦ୍ବାରା ନିଜ ଜମିକୁ ହଳ କରିସାରିବା ପରେ କିଆରି ସଜାଉଥିବା ବେଳେ ବଡ଼ଭାଇ ଟୋପିଆ ମୁଣ୍ଡା(୫୦) ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଜମିଜମାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟୋପିଆ ନିଜହାତରେ ଧରିଥିବା କୋଦାଳରେ ପ୍ରଧାନଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲେ। ଖବରପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ମୁଣ୍ଡାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଟୋପିଆଙ୍କୁ ଅଟକ ରଖିଥିବା ବେଳେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି।
Follow Us