କାଶୀପୁରରେ ଅଭାବନୀୟ ଘଟଣା: ବଡଭାଇର ଖଣ୍ଡା ଚୋଟରେ ସାନଭାଇ ମୃତ୍ୟୁ

Advertisment
କାଶୀପୁରରେ ଅଭାବନୀୟ ଘଟଣା: ବଡଭାଇର ଖଣ୍ଡା ଚୋଟରେ ସାନଭାଇ ମୃତ୍ୟୁ

ରାୟଗଡ଼ା: ଅଭାବନୀୟ ଘଟଣା, ବଡଭାଇର ଖଣ୍ଡା ଚୋଟ ପାଇଁ ସାନଭାଇର ମୃତ୍ୟୁ, ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ବଡଭାଇକୁ ବାରଣ କରିବାରୁ ହତ୍ୟାକାଣ୍ଡ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାଶୀପୁର ର ଖଣ୍ଟିଆ ସାହିରେ, ସୁଚନା ଅନୁସାରେ ବଡ଼ ପୁଅ ଦିପୁ ରାଉଳ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ସାମିଲ ହେବା ନେଇ ସାନ ଭାଇ ପ୍ରଦୀପ କୁମାର ରାଉଳ ବାରଣ କରିଥିଲେ କାରଣ ବଡ ଭାଇ ଦିପୁ ଭିନ୍ନ ଜାତିର ଝିଅକୁ ବାହା ହୋଇଛନ୍ତି ଏଣୁ ସେ ପିତାଙ୍କ କାର୍ଯ୍ୟରେ ଯୋଗଦେଇ ପାରିବେନି,ଏହି କଥାକୁ ନେଇ ଉଭୟଙ୍କ ମଧ୍ୟର ଜୋରଦାର ପାଟିତୁଣ୍ଡ ହୋଇଥିଲା ଏତିକି ବେଳେ ବଡ ଭାଇ ଦିପୁ ଏକ ଖଣ୍ଡା ସାହାଯ୍ୟରେ ଚୋଟ ପରେ ଚୋଟ ମୁଣ୍ଡ ଓ ଗୋଡ଼ରେ ପକାଇଲା ଫଳର ଘଟଣା ସ୍ଥଳରେ ହିଁ ପ୍ରଦୀପ ରାଉଳ (ପିପୁ) ମୃତ୍ୟୁ ହୋଇଛି। ଖବାର ପାଇ କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଜବତ କରି ଘଟଣାର ତଦନ୍ତ କରୁଛି, ହତ୍ୟା ଭିଆଈ ଥିବା ଦିପୁ ଫେରାର ହୋଇଯାଇଥିବା ସୁଚନା ମିଳିଛି, ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe