ନିର୍ବନ୍ଧ ପୂର୍ବରୁ କୂଅରେ ପଡ଼ି ଯୁବକ ମୃତ

Advertisment
ନିର୍ବନ୍ଧ ପୂର୍ବରୁ କୂଅରେ ପଡ଼ି ଯୁବକ ମୃତ

ଅନୁଗୁଳ: ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇଥାନ୍ତା ବିବାହ। ରାତି ପାହିଲେ ହୋଇଥାନ୍ତା ନିର୍ବନ୍ଧ। ଏଥିଲାଗି ଉଭୟ ବରକନ୍ୟାଙ୍କ ପରିବାର ପକ୍ଷରୁ ଆବଶ୍ୟକ ଆୟୋଜନ ବି ଶେଷ ହୋଇଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ନିର୍ବନ୍ଧର ମାତ୍ର କିଛି ଘଣ୍ଟା ପୂର୍ବରୁ ଆଖି ବୁଜିଦେଲେ ବର। ତାଳଚେର ଥାନା ଧରମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏଭଳି ଏକ ହୃଦୟ ବିଦାରକ ଘଟଣା ଅଂଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ମୁତାବକ, ଗତକାଲି ରାତି ସାଢେ ୯ଟା ବେଳେ ଧରମପୁର ଗ୍ରାମର ଜଗା ମହାପାତ୍ର(୨୭) ଘର ପାଖ ଭାଗବତ ଟୁଙ୍ଗି ପାଖ କୂଅ ଚଟାଣ ଉପରେ ବସିଥିଲେ। ଅନ୍ୟମନସ୍କ କାରଣରୁ ହଠାତ ସେ ଉକ୍ତ ଖୋଲା କୂଅରେ ପଡ଼ିଯାଇଥିଲେ। ଶବ୍ଦ ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ କୂଅରେ ପାଣି ଅଧିକ ଥିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପାରିନଥିଲେ। ଫଳରେ ତାଳଚେର ଦମକଳ ବାହିନୀ ଓ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ୍‌ କର୍ମଚାରୀ ପହଞ୍ଚି ଜଗାଙ୍କ ମୃତ ଶରୀର କୂଅରୁ ଉଦ୍ଧାର କରିଥିଲେ।  ଗ୍ରାମବାସୀ ତଥା ପଡ଼ୋଶୀଙ୍କ କହିବା ମୁତାବକ, ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ତାଙ୍କର ବିବାହ ହୋଇଥାନ୍ତା। ଆଜି ହୋଇଥାନ୍ତା ନିର୍ବନ୍ଧ।  କିଛିଦିନ ପୂର୍ବରୁ ଜଗାଙ୍କ ବାପା ଏବଂ ଭାଇଙ୍କର ଅକାଳରେ ମୃତ୍ୟୁ ଘଟିଥିବା ବେଳେ ହଠାତ୍‌ ଜଗାଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe