କ୍ଷମତାକୁ ଆସିଲେ ଯୁବ ସମାଜକୁ ଆଗ୍ରାଧିକାର ଦିଆଯିବ: କଂଗ୍ରେସ୍‌

Advertisment

ସରକାର ଉପରେ ଗର୍ଜିଲା ଯୁବ କଂଗ୍ରେସ

ସରକାର ଉପରେ ଗର୍ଜିଲା ଯୁବ କଂଗ୍ରେସ

କ୍ଷମତାକୁ ଆସିଲେ ଯୁବ ସମାଜକୁ ଆଗ୍ରାଧିକାର ଦିଆଯିବ: କଂଗ୍ରେସ୍‌

ରାୟଗଡ଼ା: ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ସରକାରଙ୍କ ଉପରେ ଗର୍ଜିଲା। ସରକାର ଗତ ୨୪ ବର୍ଷରେ ଯୁବ ସମାଜ ପାଇଁ କଣ କଲା ବୋଲି ପ୍ରଶ୍ନ କରିଛି। ଜିଲ୍ଲା ଯୁବ ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଆସିଲେ କଣ କରିବ ସେନେଇ ବିସ୍ତୃତ ବିବରଣୀ ରଖିଥିଲେ। କଂଗ୍ରେସ ଆସିଲେ ଯୁବ ସମାଜକୁ ଆଗ୍ରାଧିକାର ଦିଆଯିବ ବୋଲି ସ୍ପଷ୍ଟ କରିଛି କଂଗ୍ରେସ। କ୍ଷମତାକୁ କଂଗ୍ରେସ ଆସିଲେ ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଲା। ସବୁ ଯୁବକୁ ନିଯୁକ୍ତି ଦିଆଯିବ। ଡିପ୍ଲୋମା ଧାରକ କିମ୍ବା କଲେଜ ସ୍ନାତକମାନଙ୍କୁ ୨୫ ବର୍ଷରୁ କମ୍ ଯୁବକଯୁବତୀମାନଙ୍କୁ ବର୍ଷକୁ ୧ ଲକ୍ଷ ଟଂକା ପ୍ରଦାନ କରାଯିବ।ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେବା ନାହିଁ। ଛାତ୍ରଛାତ୍ରୀ ଏଥିରୁ ମୁକ୍ତି ପାଇବେ। କୋଟି କୋଟି ଯୁବକଙ୍କ ଭବିଷ୍ୟତ ନଷ୍ଟ ହେବାରୁ କଂଗ୍ରେସ ଏହାକୁ ରୋକିବ।ପରୀକ୍ଷା ପ୍ରଶ୍ନପତ୍ର ଲିକରୁ ମୁକ୍ତି ପାଇବା ପାଇଁକଡା ଆଇନ ଆଣିବ। ଅସ୍ଥାୟୀ ଶ୍ରମିକମାନଙ୍କୁ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବ।ଦେଶର ସମସ୍ତ ଜିଲ୍ଲା ପାଇଁ ୫ ହଜାର କୋଟିର ଷ୍ଟାଟଅପ ପାଣ୍ଠି ପ୍ରଦାନ। ଯାହାଫଳରେ ୪୦ ବର୍ଷରୁ କମ୍ ଯୁବକମାେ ଲଭା ପାଇପାରିବେ ବୋଲି କଂଗ୍ରେସ କହିଛି।

ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯୁବକମାନଙ୍କୁ ଠକିଛି। ଆଜି ବି କୋଟି କୋଟି ଯୁବକ ବେକାର ରହିଛନ୍ତି। କଂଗ୍ରେସ ଆସିଲେ ଗାଁର ବିକାଶ ହେବ ଲୋକଙ୍କର ବିକାଶ ହେବ ବୋଲି ଦୃଢକ୍ତି ପ୍ରକାଶକରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଶୀପୁର ବ୍ଲକ ସଭାପତି ଭରତ ମାଝି, ଟାଉନ ସଭାପତି ସାଏଦ ଜେନଉଲହକ, ମିଡିଆ ସଂଯୋଜକ ହରି ନାରାୟଣ ଦାସ, ବରିଷ୍ଠ କଂଗ୍ରେସ କର୍ମୀ ଭବାନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe