Image Courtesy of India Today
ରାଉରକେଲା : ଫେସ୍ବୁକ୍ରେ ବନ୍ଧୁତା କରି ରାଉରକେଲାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ପୁଲିସ ବୀରମିତ୍ରପୁରରୁ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଶେଖର ଦେଓ (୨୪) । ତା’ର ବୀରମିତ୍ରପୁର ବଜାରରେ ମୋବାଇଲ ମରାମତି ଓ ବିକ୍ରି ଦୋକାନ ରହିଛି। ଗତ ବର୍ଷକ ତଳେ ଶେଖର ଫେସ୍ବୁକ୍ ଜରିଆରେ ରାଉରକେଲାର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ।
ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶେଖର ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୦ରେ ଶେଖର ରାଉରକେଲାରେ ପହଞ୍ଚି ଯୁବତୀଙ୍କୁ ବୀରମିତ୍ରପୁର ନେଇ ନିଜ ଘରେ ରଖିଥିଲେ। ସେଠାରେ ତା’ର ଅନିଚ୍ଛା ସତ୍ବେ ବଳପୂର୍ବକ ଦୁଷ୍କର୍ମ କରିଥିଲେ।
ପରଦିନ ରାଉରକେଲାରେ ଛାଡି ଦେଇ ଚାଲିଯାଇଥିଲେ। ଯୁବତୀ ଜଣକ ପରବର୍ତ୍ତୀ ସମୟରେ ସହାୟତା ପାଇଁ ଶେଖର ସହ ଯୋଗାଯୋଗ କରିଥିଲେ। ମାତ୍ର ଶେଖର ତାଙ୍କର କୌଣସି କଥା ଶୁଣି ନଥିଲେ। ଶେଷରେ ଯୁବତୀ ଜଣକ ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/04/arrests.jpg)