ବରିଷ୍ଠ ନାଗରିକଙ୍କ ଏଟିଏମ କାର୍ଡ ଠକେଇ ମାମଲାରେ ଗିରଫ ହେଲେ ଯୁବକ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମର ଚୈତନ୍ୟ ନାଗ (୨୪) ନାମକ ଜଣେ ଯୁବକ ଙ୍କୁ କଳାହାଣ୍ଡି ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କ ଠାରୁ ଏଟିଏମ୍ କାର୍ଡ ଠକି ଏକାଉଣ୍ଟରୁ ଟଙ୍କା ଲୁଟ ମାମଲାରେ ଜୁନାଗଡ ପୁଲିସ ଗିରଫ କରିଛି | ଚନ୍ଦାହାଣ୍ଡି ଥାନା କୁ ଆଣି ଚନ୍ଦାହାଣ୍ଡି ପୁଲିସ ସହାୟତାରେ ଯୁବକଙ୍କ ଘରେ ଖାନ ତଲାସୀ କରିଥିବା ଚନ୍ଦାହାଣ୍ଡି ଥାନା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି । ଏହା ପରେ ଯୁବକକୁ ଜୁନାଗଡ ଥାନା କୁ ନେଇଥିବା ସେ ସୂଚନା ଦେଇଛନ୍ତି।

ପୁଲିସର କହିବା ମୁତାବକ ପୂଜାରୀଗୁଡାର ଯୁବକ ଚୈତନ୍ୟ ନାଗ ଜୁନାଗଡ ଵ୍ଲକ ଚିକିଲିରେ ଥିବା ତାଙ୍କ ଜଣେ ସଂପର୍କୀୟ ଘରକୁ ଯିବା ଆସିବା କରିଥାନ୍ତି । ଚୈତନ୍ୟ ଜୁନାଗଡ ଏଟିଏମରେ କିଛି ନକଲି ଏଟିଏମ କାର୍ଡ ଧରି ଟଙ୍କା କାଢ଼ିବା ବାହାନାରେ ସେଠାରେ ବସିଥାନ୍ତି । ଏଟିଏମରୁ ଟଙ୍କା ଉଠାଇ ଜାଣି ନ ଥିବା ଲୋକମାନଙ୍କୁ ସେ ଟଙ୍କା ଉଠାଇ ଦେବା କହି ସେମାନଙ୍କ ଠାରୁ କାର୍ଡ ନେଇ ଟଙ୍କା ଉଠାଇ ଦେଇ ଚତୁରତାର ସହ ତା ପାଖରେ ଥିବା ନକଲି କାର୍ଡ ସେମାନଙ୍କୁ ଧରାଇ ଦେଇ ତାଙ୍କ ଅସଲି କାର୍ଡ ଧରି ସେଠାରୁ ଚମ୍ପଟ ମାରି ଅନ୍ୟ ଦିନ ଏକାଉଣ୍ଟରୁ ଟଙ୍କା ଵାହାର କରି ନେଇ ଯାଉଥିଲା । ନିଜ ଏଟିଏମ୍ କାର୍ଡ ନକଲି ଜାଣି ନିଜ ନିଜ ଏକାଉଣ୍ଟ ଚେକ୍ କରି ତାଙ୍କ ଖାତାରେ ଟଙ୍କା ନଥିବା ବରିଷ୍ଠ ନାଗରିକମାନେ ଜାଣିପାରି ସେମାନେ ଚୈତନ୍ୟକୁ ସନ୍ଦେହ କରିଥିଲେ ଏବଂ ଜୁନାଗଡ ଥାନାରେ ଅଭିଯୋଗ କରିଥିଲେ ।

publive-image

ସେମାନଙ୍କ ଠାରୁ ଅଭିଯୋଗ ପାଇ ଜୁନାଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ କୁମାର ସାହୁ ଏଏସ୍ ଆଇ ସୁରେନ୍ଦ୍ର ସିଂ ଏଟିଏମ୍ ର ସିସିଟିଭି ଫୁଟେଜ୍ ରୁ ଚୈତନ୍ୟ କୁ ଚିହ୍ନି ତାକୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ଆଜି ଜୁନାଗଡ ଏଟିଏମ ଭିତରେ ଚୈତନ୍ୟ ବସିଥିବା ସମୟରେ କୌଣସି ସୂତ୍ର ରୁ ଖବର ପାଇ ଥାନାଧିକାରୀ ସାହୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରି ଚନ୍ଦାହାଣ୍ଡି ଥାନାକୁ ଆଣି ଥିଲେ । ଆଇଆଇସି ପରମାନନ୍ଦ ସୁନାନୀ ପୂଜାରୀଗୁଡା ଯୁବକର ଘରକୁ ଯାଇ ବହୁ ସଂଖ୍ୟାରେ ଏଟିଏମ୍ କାର୍ଡ ଜଵତ କରିଥିବାବେଳେ କେଶ ନଂ ୩୦୭/୨୦ ଦଫା ୩୭୪/୪୨୦/ ଆଇପିସି ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଲେଇ ଥିବା ସୂଚନା ଦେଇଛନ୍ତି । ୬ ମାସ ତଳେ ଗଞ୍ଜେଇ ଚାଲାଣ ମାମଲା ରେ ଛତିଶଗଡ଼ ଦେଓଭୋଗ ପୁଲିସ ଦ୍ଵାରା ଗିରଫ ହୋଇ ଜାମିନରେ ଚୈତନ୍ୟ ମୁକୁଳିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe