ଟ୍ରାଏଲ ରୁମ୍‌ରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

Advertisment
ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ପ୍ରେମିକାର ଭିଡିଓ ଭାଇରାଲ୍‌ କରି ବନ୍ଧାହେଲା ପ୍ରେମିକ

କେନ୍ଦୁଝର : କେନ୍ଦୁଝର ସହରରେ ଥିବା ଭିମାର୍ଟ ସୋରୁମ୍‌ରେ ଜଣେ ଯୁବତୀ ନୂଆ ଡ୍ରେସ୍‌କୁ ଟ୍ରାଏଲ କରୁଥିବା ବେଳେ ପାଖ ‌ଟ୍ରାଏଲ ରୁମ୍‌ରେ ପଶି ଅନ୍ୟ ଜଣେ ଯୁବକ ତାଙ୍କର ଭିଡିଓ ସୁଟିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛି ।  ଗିରଫ ଯୁବକ ଜଣକ କେନ୍ଦୁଝର ପୁରୁଣା ବଜାରର ମହମ୍ମଦ ଆତିଫ ବୋଲି ଜଣାଯାଇଛି।

ଆଜି କେନ୍ଦୁଝର ପୁରୁଣାବଜାରର ଜଣେ ଯୁବତୀ ଭି ମାର୍ଟ ସୋରୁମ୍‌କୁ ଡ୍ରେସ କିଣିବାକୁ ଯାଇଥିଲେ। ଡ୍ରେସ ବାଛିବା ପରେ ଟ୍ରାଏଲ ରୁମ୍‌କୁ ପଶି ପୋଷାକ ଟ୍ରାଏଲ କରିଥିଲେ। ଏତିକି ବେଳେ ପାଖ ଟ୍ରାଏଲ ରୁମ୍‌ରେ ପଶିଥିବା ଜଣେ ଯୁବକ ଫାଙ୍କ ଦେଇ ଏହି ଝିଅର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ସଂପୃକ୍ତ ଯୁବତୀ ବାହାରକୁ ଆସି ପାଟି କରିବାରୁ କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ପରିବାର ଲୋକେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe