ଅମାନୁଷିକ ! ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ, ଶୋଷ ହେବାରୁ ପରିସ୍ରା ପିଆଇଲେ ୨ ଯୁବକ

Advertisment
ଅମାନୁଷିକ ! ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ, ଶୋଷ ହେବାରୁ ପରିସ୍ରା ପିଆଇଲେ ୨ ଯୁବକ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା କାଇପଦରରେ କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା ଉଠିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଯୁବକଙ୍କୁ  ଦୁଇଜଣ ଯୁବକ ଏକ ନଡ଼ିଆ ଗଛରେ ବାନ୍ଧି ନିସ୍ତୁକମାଡ ପିଟୁଛନ୍ତି। ପ୍ରଥମ‌େ ‌ଗାଈଗୋରୁଙ୍କୁ ମାରିବା ଭଳି ଠେଙ୍ଗାରେ ପିଟୁଛନ୍ତି ଓ ସେତିକିରେ ସେମାନଙ୍କର ମନ ଭରୁନାହିଁ ଅତ୍ୟନ୍ତ ଅମାନୁଷିକ ଭାବେ ଗୋଇଠା ପରେ ଗୋଇଠା ମାରୁଛନ୍ତି।  କେବଳ ଏତିକି ନୁହେଁ, ମାଡ଼ ଖାଇବା ପରେ ମୁମୁର୍ଷୁ ଯୁବକ ବିକଳରେ ପାଣି ଟୋପାଏ ମାଗୁଥିବା ବେଳେ ମାଡ଼ମାରୁଥିବା ଦୁଇ ଯୁବକ ତାଙ୍କ ମୁହଁରେ ପରିସ୍ରା କରି ଦେଇଥିଲେ। ଏହି ଭିଡିଓ ୧୮ ତାରିଖରେ ଭାଇରାଲ ହେବା ପରେ ଏହି ବର୍ବରୋଚିତ ଘଟଣା ସାମ୍ନାକୁ ଆସିଥିଲା।

publive-image

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଙ୍ଗିଦା ଗାଁର ଦୁଇଜଣ ଯୁବକ ଜଣେ ଯୁବକଙ୍କୁ କାଇପଦର ଗାଁକୁ ଉଠାଇ ଆଣି ନିଜ ଗାଁକୁ ନେଇ ଆସିଥିଲେ। ଏହାପରେ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ତେବେ ଘଟଣା ୩ ଦିନ ତଳର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ରାଜେନ୍ଦ୍ର ଭୁୟାଁଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିିଛି। ଏଭଳି ଅମାନୁଷିକ କାଣ୍ଡ କରୁଥିବା ଲୋକଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe