ଯୁବକଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ: ସନ୍ଦେହ ଘେରରେ ବିକାଶଙ୍କ ମୃତ୍ୟୁ

Advertisment
ବିଷପାନ କରି ମା’-ଝିଅଙ୍କ ମୃତ୍ୟୁ, ଗୁରୁତର ନାବାଳକକୁ ଡାକ୍ତରଖାନାରେ ଭର୍ତ୍ତି

The Financial Express

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୭୯ ଥାନା ଅନ୍ତର୍ଗତ ଲୁଗେଲ ଗ୍ରାମରେ ବିକାଶ ମିସ୍ତ୍ରୀ(୪୫) ନାମକ ବିବାହିତ ଯୁବକଙ୍କ ମୃତ୍ୟୁ ହୋଇଛି। ତେବେ ବିକାଶଙ୍କର ମୃତ୍ୟୁକୁ ନେଇ ଏବେ ରହସ୍ୟ ଘନେଇବାରେ ଲାଗିଛି। ବିକାଶର ପରିବାର ଲୋକେ ବିକାଶକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିବାବେଳେ ସେ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଛି। ଗତକାଲି ରାତିରେ ସେ ବାଥରୁମ ଯାଇଥିବାବେଳେ ହଠାତ ପଡି ମୃତ୍ୟୁବରଣ କରିଥିବା କୁହାଯାଇଛି।

ତେବେ ତାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥିବାବେଳେ ତେବେ ସେ ବିଷ ପାନ କରିଥିଲେ ନା ତାଙ୍କୁ ଜବରଦସ୍ତ ବିଷ ପିଆଇ ଦିଆଯାଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ବିକାଶଙ୍କ ଶବକୁ ମାଲକାନଗିରି ମେଡିକାଲ ଆଣି ବ୍ୟବଛେଦ କରାଯାଇଛି। ଏମଭି-୭୯ ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡିଛି।

publive-image

ପ୍ରକାଶ ଥାଉକି ବିକାଶଙ୍କ ଘର ମାଲକାନଗିରି ସିଡିଏମଓ ଅଫିସ ନିକଟରେ ହୋଇଥିବାବେଳେ ସେ ପତ୍ନୀ ଚାକିରି କରୁଥିବା ସ୍ଥାନ ଲୁଗେଲରେ ରହୁଥିଲେ। ବିକାଶଙ୍କର ଦୁଇଟି ସନ୍ତାନ ଥିବାବେଳେ କୌଣସି ପାରିବାରିକ ଗଣ୍ଡଗୋଳ ଯୋଗୁଁ ହୁଏତ ଏଭଳି ପଦକ୍ଷେପ ସେ ଗ୍ରହଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ପୁଲିସର ତଦନ୍ତ ପରେ ହିଁ ବିକାଶର ମୃତ୍ୟୁର ରହସ୍ୟ ଖୋଲିବା ସହ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe