ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ

କେବେ କାର୍ଯ୍ୟକାରୀ ହେବ ପ୍ରସ୍ତାବିତ ବ୍ରହ୍ମପୁର-ଫୁଲବାଣୀ ରେଳପଥ ନିର୍ମାଣ?

ଓଡାପଡା: ବୁଧବାର ବିଳମ୍ବିତ ରାତିରେ ମୋଟଙ୍ଗା ଥାନା ଅନ୍ତର୍ଗତ ଉପରପାଳ ଗ୍ରାମ ପାଖର ଟ୍ରେନ ଲାଇନରେ ଜଣେ ଯୁବକଙ୍କର ଟ୍ରେନରେ କଟିଯାଇ ମୃତ୍ୟୁ ହୋଇଛି | ଯୁବକ ଜଣକ ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହଳ ଗ୍ରାମର ଦିଗମ୍ବର ସାହୁଙ୍କ ପୁତ୍ର ସଂଜିତ ସାହୁ (୩୨ଵର୍ଷ) ବୋଲି ଜଣାପଡିଛି |

ତେବେ କେଉଁ କାରଣରୁ ଏହି ଘଟଣା ଘଟିଲା ତାହା ଜଣା ପଡିନଥିବା ବେଳେ ଯୁବକ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ଚାଲି ଆସିଥିଲେ ଓ କୈାଣସି ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି | ଉକ୍ତ ଯୁବକ ଗତ ତିନି ବର୍ଷ ତଳେ ନିକଟସ୍ଥ ରଜାଂସିଙ୍ଗା ଗ୍ରାମରେ ବିବାହ କରିଥିଲେ ଓ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe