ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭୋଗରାଇ: ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି କହିଛନ୍ତି ପରିବାର ଲୋକ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଭୂଷଣ୍ଡେଶ୍ବର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳୁ କ୍ଷତବିକ୍ଷତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ମୃତ ଯୁବକ ହେଉଛନ୍ତି; ମୁସଦପୁର ଗ୍ରାମର ଶିବା ଜେନା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ୯ଟା ବେଳେ ଶିବାଙ୍କ ସାଙ୍ଗମାନେ ତାଙ୍କୁ ଡାକିଥିଲେ। ତେବେ ଶିବା ରାତିରେ ଘରକୁ ଫେରି ନଥିଲେ। ଦୁର୍ଘଟଣାରେ ଶିବାଙ୍କ ମୃତ୍ୟୁ ହୋଇଥିବା‌ କୁହାଯାଉଥିବା ବେଳେ ଏହାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେମାନ ଶିବାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ତେବେ ଦୁର୍ଘଟଣା ନୁହେଁ, ଶିବାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆସିବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇଛି। ମୃତ୍ୟୁକୁ ନେଇ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ସହଜ ହେବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe