ଟ୍ରେନ୍‌ରେ କଟି ଯୁବକ ମୃତ

Advertisment
ଯଖପୁରା : ଟ୍ରେନ୍‌ ଧକ୍କାରେ ଜଣେ ମୃତ

DNA India

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ରେଳଷ୍ଟେସନ ନିକଟରେ ଶୁକ୍ରବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ପୁଲିସ୍‌ ଉଦ୍ଧାର କରିଛି। ମୃତକ ଜଣକ ନୂଆପଡ଼ା ବ୍ଲକ୍‌ ଗୋଡ଼ଫୁଲ ପଞ୍ଚାୟତ ପଲସଗୁଡ଼ା ଗାଁର ସେନ ସାହୁଙ୍କ ପୁଅ ତ୍ରିନାଥ ସାହୁ (୨୨ ବର୍ଷ) ବୋଲି ଜଣାପଡ଼ିଛି। ଯୁବକ ଜଣକ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।

ଗୁରୁବାର ତାଙ୍କ ଗାଁର ଏକ ବିବାହ ଉତ୍ସବରେ ଯୋଗଦେବାକୁ ସାଙ୍ଗସାଥୀଙ୍କ ସହ ଯାଇଥିଲେ। କିନ୍ତୁ ସେଠାରୁ ସେ କେଉଁଆଡେ ଯାଇଥିଲେ ତାହା ଗାଁ ପିଲା ଜାଣିପାରି ନଥିଲେ। ଶୁକ୍ରବାର ସକାଳେ ନିକଟସ୍ଥ ରେଳଲାଇନ୍‌ ନିକଟରୁ ତାଙ୍କ ଖଣ୍ଡ ବିଖଣ୍ଡିତ ଶବ ଦେଖିବାକୁ ପାଇ ଗାଁ ଲୋକେ ସଦର ପୁଲିସ୍‌କୁ ଖବର ଦେଇଥିଲେ।

ପରେ ଜିଆରପି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଏକ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହା ଏକ ଆତ୍ମହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe