ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Advertisment
ଷ୍ଟେସନ ବାହାରୁ ଅଜଣା ଶବ ଅଦ୍ଧାର

deccan herald

ହିନ୍ଦୋଳ: ‌ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହାତୁରା ପଞ୍ଚାୟତ ଜୟପାଙ୍ଗା ଗ୍ରାମର ଜନୈକ ଯୁବକଙ୍କୁ ଶନିବାର ସକାଳୁ ଏକ ଦନ୍ତା ହାତୀ ଆକ୍ରମଣ କରି ଜୀବନ ନେଇ ଯାଇଛି। ଖବରରୁ ପ୍ରକାଶ ଯେ, ହିନ୍ଦୋଳ ଥାନା ଜୟପଙ୍ଗା ଗ୍ରାମର କାରଣ ନାଏକ ପୁଅ ସିଦ୍ଧାର୍ଥ ନାଏକ (୨୨ବର୍ଷ)ସକାଳୁ ଶୌଚ ପାଇଁ ଘର ନିକଟସ୍ଥ ପଦାକୁ ଯାଇଥିଲେ। ସେହି ସ୍ଥାନରେ ଏକ ଦନ୍ତା ହାତୀ ଅତର୍କିତ ଭାବେ ସିଦ୍ଧାର୍ଥକୁ ଆକ୍ରମଣ କରିଥିଲା। ହାତୀଟି ମାରିବା ପରେ ସେହି ସ୍ଥାନ ଛାଡି ଚାଲି ଯାଉଥିବାବେଳେ ସିଦ୍ଧାର୍ଥକୁ ହିନ୍ଦୋଳ ମେଡିକାଲକୁ ଆଣିଥିଲେ। ସେହିଠାରେ ଡାକ୍ତର ମୃତୁ ଘୋଷଣା କରିଥିଲେ। ଖବର ପାଇଁ ବିଭାଗୀୟ ଅଧିକାରୀ ମାନେ ଜୟପାଙ୍ଗାରେ ପହଞ୍ଚି ମୃତ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ରାଶି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ବନ ଅଧିକାରୀ ଲୋହିତ ରଥ କହିଛନ୍ତି।
କିଛି ଦିନ ହେବ ସେହି ଗୋଟିକିଆ ହାତୀଟି ଆଖ ପାଖ ଅଞ୍ଚଳରେ ବିଭିନ୍ନ ଗ୍ରାମ ଭିତରକୁ ପ୍ରବେଶ କରିବା ଦ୍ୱାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। କିଛି ଦିନ ହେବ କ୍ରମାଗତ ଭାବେ ହିନ୍ଦୋଳ ରେ ହାତୀ ମଣିଷ ଲଢେ଼ଇ ରେ ନିରୀହ ଲୋକେ ମୃତୁ ମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe