ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

CNS Kashmir

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁମର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ପ୍ରବୀଣ ସା (୨୫)ଙ୍କର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୮ଟାରେ ପ୍ରବୀଣ ନିଜ ଘରପଛ ପଟେ ଥିବା ପରିବା ବଗିଚାରେ ପାଣି ମଡ଼ାଇବାକୁ ଯାଇଥିଲା।

ସେଠାରେ ଥିବା ଟୁଲୁ ପମ୍ପରେ ବିଦ୍ୟୁତ ସଂଯୋଗ କରିବା ବେଳେ ବିଦ୍ୟୁତ୍‌ ଆଘାତରେ ଆସି ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ରେଙ୍ଗାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe